ମାଲକାନଗିରିରେ ଲଗାଣ ବର୍ଷା: ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି ଜିଲ୍ଲାରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ମାଲକାନଗିରି: ଜିଲ୍ଲାରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଭିନ୍ନ ସ୍ଥାନରେ ପୋଲ ଉପରେ ଜଳ ପ୍ରବାହ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ମୋଟୁ ନିକଟ ୩୨୬ ନଂ ଜାତୀୟ ରାଜପଥରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଛିଡ଼ା ହୋଇ ରହିଛି । ସେହିପରି ଜିଲ୍ଲାର ଅନ୍ୟ ତଳୁଆ ଅଞ୍ଚଳରେ ମଧ୍ୟ ଜଳ ସ୍ତର ବୃଦ୍ଧି ହେବାରେ ଲାଗିଛି ।
ମାଲକାନଗିରି ପରି ପାହାଡ଼ିଆ ଜିଲ୍ଲାରେ ଲଗାଣ ବର୍ଷା ହେତୁ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଝାପ୍ରା ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରି ଛତିଶଗଡ଼କୁ ଯୋଗଯୋଗ ବିଚ୍ଛିନ୍ନ ହୋଇରହିଛି । ସେହିପରି କାଙ୍କରକୋଣ୍ଡା ପୋଲ ଉପରେ ୩ ଘଣ୍ଟା ଧରି ଆଣ୍ଠୁଏ ଉପରେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।












Click it and Unblock the Notifications