ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ, ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି ।

ମାଲକାନଗିରି: ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ସାବାରୁ ଓ ସିଲେରୁ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା କାଲୁର ବ୍ରିଜ ନିକଟରେ ଥିବା ରାସ୍ତା ବୁଡିଯାଇଛି । ଏଥିଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Heavy Rainfall

ରାସ୍ତା ଉପରେ ପାଣି ଚାଲୁଥିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଗୁଡିକ ଅଟକି ରହିଛି।
ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି। ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ଏବେବି ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଗତକାଲି ମାଲକାନଗିରି ଜିଲ୍ଲାରେ ୯୭.୭୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+