ଆଜିଠୁ ୨ ଦିନ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଉତ୍ତର ଓଡ଼ିଶାରେ ତାଣ୍ତବ ରଚିଛି ପଶ୍ଚିମା ଝଡ଼ । ଭଦ୍ରକ ଏବଂ ବାଲେଶ୍ୱରରେ ବାଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

weather report

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବା ପାଇଁ ମିଳୁଛି । ଆଜିଠୁ ଆହୁରି ୨ ଦିନ ଯାଏଁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ସେହିପରି ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆଜି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ନୂଆପଡ଼ା, ନବରଙ୍ଗପୁର ଏବଂ କଳାହାଣ୍ତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ପଶ୍ଚିମା ଝଡ଼ର ପ୍ରଭାବରେ ମେଘୁଆ ପାଗ ସାଙ୍ଗକୁ ଅନେକ ସ୍ଥାନରେ ବର୍ଷା ଲାଗିରହିଛି। ମୟୂରଭଞ୍ଜ, ବାଲେଶ୍ୱର ଏବଂ ନୀଳଗିରିରେ ବର୍ଷା ଜାରି ରହିଛି । ସେହିପରି ଟ୍ୱିନ୍ ସିଟିରେ ମଧ୍ୟ ପାଗ ମେଘୁଆ ରହିଛି ।

ଅନ୍ୟପକ୍ଷରେ ଉତ୍ତର ଓଡ଼ିଶାରେ ତାଣ୍ତବ ରଚିଛି ପଶ୍ଚିମା ଝଡ଼ । ୧୮ତାରିଖରେ ଭଦ୍ରକ ଏବଂ ବାଲେଶ୍ୱରରେ ବାଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମାଲକାନଗିରିରେ କାନ୍ଥ ପଡି ଶିଶୁ କନ୍ୟାରେ ମୃତ୍ୟୁ ହୋଇଛି । ସେପଟେ ବର୍ଷା, ପବନରେ ନଷ୍ଟ ହୋଇଯାଇଛି ଏକର ଏକର ଚାଷ ଜମି । ପୁରୀରେ ଧାନ, ନବରଙ୍ଗପୁରରେ ମକା, ପରିବା ଚାଷ , ଏବଂ ସମସ୍ତ ଫସଲ ନଷ୍ଟ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+