ଆଗାମୀ ଦୁଇ ଦିନ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା , ପାଣିପାଗ ବିଭାର ପୂର୍ବାନୂମାନ

ପାଣିପାଗକୁ ନେଇ ବଡ଼ ଅପଡେଟ । ଆସୁଛି ବଡ଼ ବର୍ଷା । କେବଳ ସେତିକି ନୁହେଁ ୫ ଦିନ ଯାଏ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜିଠୁ ପାଗରେ ପରିବର୍ତ୍ତନ ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ଏପ୍ରିଲ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବିଜୁଳି ଘଡଘଡି ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ ।

rain

ଆସନ୍ତା ଏପ୍ରିଲ ୩ ତାରିଖରେ କାଳବେଶାଖୀ ବର୍ଷାକୁ ନେଇ ୯ଟି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୫ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କୁଆପଥର ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୯ ଜିଲା ହେଉଛି: ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କୋରାପୁଟ । ସେହିଭଳି ୟେଲୋ ଆଲର୍ଟ ଜାରି କରାଯାଇଥିବା ୫ ଜିଲା ହେଉଛି ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା ଓ ମାଲକାନାଗିରି ।

ସେହିଭଳି ଏପ୍ରିଲ ୪ରୁ ୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଓ ପବନ ସହ କୁଆପଥର ବର୍ଷା ହେବା ନେଇ ୮ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୨ ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଛି । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୮ ଜିଲା ହେଉଛି: ମାଲକାନାଗିରି, କୋରାପୁଟ, ରାୟଗଡ, ଅନୁଗୁଳ, କେଉଁଝର, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ବର । ସେହିଭଳି ୟେଲୋ ଜୋନରେ ଥିବା ୧୨ ଜିଲ୍ଲା ହେଉଛି: ଗଞ୍ଜାମ, ଗଜପତି, କନ୍ଧମାଳ, ବେଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂପୁର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+