ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୪ ରୁ ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ!
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବୁଧବାର ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସହ ବର୍ଷା ହୋଇପାରେ । ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏହାର ପ୍ରଭାବରେ ବର୍ଷା ହୋଇପାରେ।
ଅନ୍ୟପଟେ ରାଜ୍ୟରେ ଶୀତର ପ୍ରଭାବ କିପରି ରହିବ ସେନେଇ ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନ ଏଲିନୋ ସକ୍ରିୟ ନାହିଁ ଲାନିନା ସକ୍ରିୟ ରହିଛି । ପ୍ରଶାନ୍ତ ମହାସାଗରରେ ନ୍ୟୁଟ୍ରାଲ୍ ଏଲିନୋ କଣ୍ଡିସନ୍ ଚାଲିଛି । ଲାନିନା ସକ୍ରିୟ ହେଲେ ଉତ୍ତର ଭାରତରେ ଶୀତର ପ୍ରଭାବ ବଢିବ । ତେଣୁ ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢ଼ିବ ଜଣାପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ତେଣୁ ଆମର ଅନୁମାନ ଅକ୍ଟୋବର ଓ ନଭେମ୍ୱର ମାସରେ ଲାନିନା କଣ୍ଡିସନ୍ ଡେଭ୍ଲପ୍ ହେବ।

ଲାନିନା କଣ୍ଡିସନ୍ ଯେତେବେଳେ ଡେଭ୍ଲପ୍ ହୁଏ, ସେତେବେଳେ ସାଧାରଣତଃ ଉତ୍ତର ଭାରତରେ ତାପମାତ୍ରା କମ୍ ରହିଥାଏ। କିନ୍ତୁ ସାଧାରଣତଃ ଲାନିନା ବର୍ଷମାନଙ୍କରେ ତାପମାତ୍ରା କମ୍ ରହିଥିବା ଦେଖାଯାଇଛି। ତେଣୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। କିନ୍ତୁ ବର୍ତ୍ତମାନ ଅକ୍ଟୋବର ଓ ନଭେମ୍ୱରରେ ଗୋଟିଏ ଦୁର୍ବଳ ନାଲିନା କଣ୍ଡିସନ୍ ହେବ। ତାହା ଧୀରେଧୀରେ ସକ୍ରିୟ ହେବ। ତେବେ କିଭଳ ସକ୍ରିୟ ହେବ, ତାକୁ ଅନୁଧ୍ୟାନ କଲେ କେତେ ପରିମାଣରେ ଥଣ୍ଡା ବଢ଼ିବ ଜଣାପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବୁଲେଟିନ୍ ଅନୁସାରେ ଆସନ୍ତାକାଲି ଅର୍ଥାତ ଗୁରୁବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ,ଗଜପତି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।












Click it and Unblock the Notifications