ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନ
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ଲଘୁଚାପ ସକ୍ରିୟ ରହିଛି । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଭୁବନେଶ୍ୱର ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, କଟକ, କନ୍ଧମାଳ, ଯାଜପୁର, କେନ୍ଦ୍ରାପଡ଼ା।

ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ଏବଂ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications