ଆହୁରି ୪ ଦିନ ଯାଏଁ ପୁଣି ବର୍ଷା ,ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିପାରେ
ଭୁବନେଶ୍ବର : ରାଜ୍ୟରେ ମୌସୁମି ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୨୯ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନ୍ୟପଟେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ରାଜ୍ୟ ଉପରେ ସକ୍ରିୟ ଥିବା ୩ଟି ପାଣିପାଗ ନିୟାମକକୁ ନେଇ ଜାରି ରହିଛି ବର୍ଷା। ଏହାସହ ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟରେ ୪ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଓଡି଼ଶାର ବିଭିନ୍ନ ଅଞ୍ଚଳରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସମ୍ଭାବନା ରହିଛି।

ସେହିପରି ୨୬ ଯାଏଁ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି ଏବଂ ସ୍ଥଳବିଶେଷରେ ୬୫ କି.ମି ରହିପାରେ। ଜୁନ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୪୧୦ ମି.ମି. ବର୍ଷା ହୋଇଥିବାବେଳେ ଏହା ୧୨% ନିଅଣ୍ଟିଆ ରହିଛି।
ଜୁନ୍ ୧ରୁ ଜୁ ଜୁଲାଇ ୨୪ ସୁଦ୍ଧା ୯ଟି ଜିଲ୍ଲାରେ ମୋଟ ବର୍ଷା ପରିମାଣ ୩୦୦ମିମିରୁ କମ୍ ରହିଛି । ନିଅଣ୍ଟିଆ ବର୍ଷା ଯୋଗୁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଧାନ ରୁଆ ଓ ବେଉଷା କରିବାରେ ସମସ୍ୟା ହେଉଛି । ଆସନ୍ତା ୧୦ ଦିନରେ ବର୍ଷା ବଢ଼ିବା ଯୋଗୁ ରୁଆ ଓ ବେଉଷଣ କାମ ଆଗେଇବ ବୋଲି ସେ କହିଛନ୍ତି ।












Click it and Unblock the Notifications