ଲଗାଣ ବର୍ଷା; ଦିନକ ପାଇଁ ସ୍କୁଲ୍ ଛୁଟି ଘୋଷଣା
ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ଛୁଟି ହେଲା ସ୍କୁଲ। ଭଦ୍ରକ ଜିଲ୍ଲାର 3 ଟି ବ୍ଲକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା। ଲଗାତାର ବର୍ଷା ହେଉଥିବାରୁ ଭଦ୍ରକ ଜିଲ୍ଲାର ତିହିଡ଼ି, ଧାମନଗର ଓ ବାସୁଦେବପୁର ବ୍ଲକରେ ସ୍କୁଲ ଛୁଟି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କରାଯାଇଛି ଏହି ଘୋଷଣା। ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତ୍ତି।
ରାଜ୍ୟରେ ଲଗାତାର କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଗତ କାଲି ବହୁତ ଜୋରରେ ବର୍ଷା ହୋଇଥିଲା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିଵାବେଳେ ଉପରବେଳା ସମୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।












Click it and Unblock the Notifications