୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଥାଇଲ୍ୟାଣ୍ଡ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, ଗଜପତି, କଟକ ଏବଂ ଜଗସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ଭୁବନେଶ୍ୱର କାର୍ଯ୍ୟାଳୟ କହିଛି। ଆକାଶ ମେଘାଛନ୍ନ ରହିବ ସମ୍ଭାବନା ଥିବାବେଳେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତନ ର ସମ୍ଭାବନା ନାହିଁ । ୧୭ ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା ରହିଛି।

ନଭେମ୍ବର ୧୭ ରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ଉପରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ନଭେମ୍ବର ୧୬ ରୁ ୧୮ ମଧ୍ୟରେ ବଙ୍ଗୋପସାଗରର ପୂର୍ବ-ବଙ୍ଗୋପସାଗରରେ ଅବସ୍ଥିତ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳ ଉପରେ ୫୫-୬୫ କିଲୋମିଟର ବେଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଏବଂ ନଭେମ୍ବର ୧୭ ରୁ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇପାରେ ।












Click it and Unblock the Notifications