ଲଗାଣ ବର୍ଷାରେ ଭାଙ୍ଗିଲା ପାଣ୍ଡିଆବିଲ ବନ୍ଧ: ୫ ହଜାର ଲୋକେ ହନ୍ତସନ୍ତ

ଜଟଣୀ : ଲଗାଣ ବର୍ଷା ଯୋଗୁଁ ଜଟଣୀ ବ୍ଲକ ବେଣାପାଞ୍ଜରୀ ଗ୍ରାମକୁ ଯାଇଥିବା ପାଣ୍ଡିଆବିଲ ବନ୍ଧ ଭାଙ୍ଗି ଯାଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । କଣାସ, ଡେଲାଙ୍ଗ ଓ ଜଟଣୀ ବ୍ଲକର ତିନୋଟି ଗ୍ରାମ ଓ ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଥିବା ପାଖାପାଖି ୫୦ଟି ଗ୍ରାମର ୫ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ପାଣ୍ଡିଆବିଲ ବନ୍ଧ ଉପରେ ନିର୍ଭର କରନ୍ତି ।
ତେବେ ଏହି ବନ୍ଧ ଭାଙ୍ଗିବା ଯୋଗୁ ଜଟଣୀ ସହରକୁ ଯିବା ପାଇଁ ୮ କିଲୋମିଟର ରାସ୍ତାକୁ ପାଖାପାଖି ୨୫ କିଲୋମିଟର ଦେଇ ଗ୍ରାମବାସୀଙ୍କୁ ଯିବାକୁ ପଡିବ l ସ୍କୁଲ ଓ କଲେଜ ଯିବାଆସିବା ପାଇଁ ଛାତ୍ରଛତ୍ରୀ ଓ ଗ୍ରାମବାସୀ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି l

ରାଜଧାନୀଠାରୁ ମାତ୍ର ୩୦ କିଲୋମିଟର ଭିତରେ ଥିବା ଏଇ ଗ୍ରାମବାସୀଙ୍କୁ ନଦୀ ପାର ହେବା ପାଇଁ ଏକମାତ୍ର ଡ଼ଙ୍ଗା ଉପରେ ଭରସା କରିବାକୁ ପଡ଼ୁଛି।

FLOOD

ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଲେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଜଳରେ ଭାସି ଜଣଙ୍କର ପ୍ରାଣହାନି ହୋଇଛି । ମୃତକ ହେଲେ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗାଁର ଘେନୁ ଚାଲାଣ । ଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ ଘେନୁ । ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି ।

ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ମାଲକାନଗିରି - ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+