ତାତିରୁ ମିଳିବ ଆଶ୍ୱସ୍ତି, ଭିଜିବ ଓଡ଼ିଶା, ୪ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଛି। ସକାଳ ୯ଟା ୪୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତ୍ତର୍କ ସୂଚନା ଜାରି କରାଯାଇଛି। ତେଣୁ ପାଣିପାଗ ବିଭାଗ ଆଜି ୩ ଘଣ୍ଟା ପାଇଁ ୪ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିରେ କୁହାଯାଇଛି, ଆଗାମୀ ୩ ଘଣ୍ଟାରେ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଗକୁ ଦେଖି ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଜି ଭୋରରେ କେନ୍ଦୁଝରରେ ପବନ ଓ ବର୍ଷା ହୋଇଥିଲା। ଅନ୍ୟପକ୍ଷରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱର ଓ ସମ୍ବଲପୁରର ତାପମାତ୍ରା ୩୧.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୧ ଡିଗ୍ରୀ, ପାରାଦୀପରେ ୩୦.୬, ହୀରାକୁଦରେ ୩୦.୪, ରାଉରକେଲାରେ ୩୦, ଝାରସୁଗୁଡ଼ାରେ ୩୦, ପୁରୀରେ ୨୯.୬, ବାଲେଶ୍ୱରରେ ୨୯.୬, ଗୋପାଳପୁରରେ ୨୮.୨ ଓ କେନ୍ଦୁଝରରେ ୨୬ ଡିଗ୍ରୀ ରହିଥିଲା।
ଗତକାଲି ରାଜ୍ୟର ୨୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୪ଟିର ତାପମାତ୍ରା ୪୩ ଡିଗ୍ରୀ ବା ତା' ଉପରେ ରହିଥିଲା।












Click it and Unblock the Notifications