ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଲଘୁଚାପ ପରେ ଏହି ଜିଲ୍ଲା ୟେଲୋ ଆଲର୍ଟ

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏବେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳରେ କେନ୍ଦ୍ରୀଭୂତ ରହିଛି। ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ମେଘୁଆ ରହିଥିବା ବେଳେ ଅନେକ ସ୍ଥାନରେ ଗତକାଲି ବର୍ଷା ମଧ୍ୟ ହୋଇଛି। ଏହି ସ୍ଥିତି ଆହୁରି ୨-୩ ଦିନ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବୁଧବାର ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଦ୍ୱାରା ରାଜ୍ୟରେ ୨୭ ପର୍ଯ୍ୟନ୍ତ ବର୍ଷା ହେବ। ୨୫ ଓ ୨୬ରେ ମୁଖ୍ୟତଃ ବର୍ଷା ହେବା ବେଳେ ୨୭ ରେ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ ଏବଂ ଅନେକ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ। ମଙ୍ଗଳବାର ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ରହିଥିଲା। ବୁଧବାର ସନ୍ଧ୍ୟା ବେଳକୁ ଏହା ଛତିଶଗଡ଼ ଉପରେ ରହିବାର ସମ୍ଭାବନା ରହିଛି।

Heavy rain likely in Odisha

ଲଘୁଚାପ ପ୍ରଭାବରେ ଉପକୂଳରେ ସବୁଠାରୁ ଅଧିକ ବର୍ଷା ହେବା ସହ ୩ ଦିନ ମଧ୍ୟରେ ସମୁଦାୟ ବର୍ଷା ୬୦-୭୦ ମିମି ହୋଇପାରେ। ସମ୍ଭବତଃ ଭଦ୍ରକ ଓ ବାଲେଶ୍ୱର ଏବଂ ସଂଲଗ୍ନ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶା, ବିଶେଷ କରି ଗଞ୍ଜାମ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ହାଲୁକାରୁ ସ୍ୱଳ୍ପ ବର୍ଷା ସହ ୩ ଦିନରେ ସମୁଦାୟ ୨୫-୩୦ ମିମି ବର୍ଷା ହୋଇପାରେ। ତେବେ ଏହି ଲଘୁଚାପଟି ବୃତାକାର ହୋଇ ଗତି କରିବାର ସମ୍ଭାବନା ଥିବାରୁ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଦେଇ ଅକ୍ଟୋବର ୧ ତାରିଖ ବେଳକୁ ଝାଡ଼ଖଣ୍ଡ ଉପରେ ରହିଥିବ। ସେତେବେଳକୁ ୧-୩ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ଦେବଗଡ଼ ଓ ସମ୍ବଲପୁରରେ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ମଙ୍ଗଳବାର ଚାନ୍ଦବାଲିରେ ସର୍ବାଧିକ ୪୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ତାଳଚେର ୩୬, ବଲାଙ୍ଗିର ୨୫, ଭଦ୍ରକ ୩୨, ବୌଦ୍ଧ ୨୪ ଓ ଯାଜପୁରରେ ୨୦ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି, ସେହି ଜିଲ୍ଲାର ଜିଲ୍ଲାପାଳମାନେ ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+