ଉପକୂଳ ଓଡ଼ିଶାରେ ହୋଇପାରେ ପ୍ରବଳ ବର୍ଷା:IMD DG
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୨୫ ତାରିଖରୁ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ବୁଧବାର ସକାଳୁ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ଗତି ଉତ୍ତର-ପୂର୍ବ ଦିଗକୁ ରହିବା ସହ ଆହୁରି ତୀବ୍ର ହେବ ଏବଂ ୨୫ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଂଚିବାର ସମ୍ଭାବନା ରହିଛି ।
ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ କାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଯାହାର ପ୍ରଭାବରେ ଆଗାମୀ ତିନିଦିନ ଯାଏ କାଳବୈଶାଶୀ ପ୍ରଭାବ ରହିବ । କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୫ ଓ ୨୬ ତାରିଖରେ ଉତ୍ତର ଉତ୍ତର ଓଡ଼ିଶାର ଅନେକ ସ୍ଥ ସ୍ଥାନରେ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ହେବା ସମ୍ଭାବନା ।

ଏହି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅବପାତ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ଏବଂ ଅତିକ୍ରମ କରିବା ସମୟରେ ଏହାର ସର୍ବାଧିକ ପ୍ରଭାବ କଣ ରହିବ ତାର ପୂର୍ବାନୁମାନ ଏଯାଏ କରାଯାଇନାହିଁ ବୋଲି କହିଛନ୍ତି ଆଇଏମଡ଼ି ଡି଼ଜି । କିନ୍ତୁ ଧୀରେ ଧୀରେ ଏହା ବଢ଼ିଲେ ଏହାର ପୂର୍ବାନୁମାନ ନୁମାନ କରିହେବ କରିହେବ ବୋଲି ଆଇଏମଡ଼ି ଡ଼ିଜି କହିଛନ୍ତି ।
ସେପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଗ୍ୟାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ କାଳବୈଶାଖୀ ପ୍ରଭାବ ରହିବ । ୨୫ ତାରିଖରେ ଏହି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସ ସହ ବର୍ଷା ହେବା ସମ୍ଭାବନା ରହିଛି ।
ଏହି ସମୟରେ ଘଣ୍ଟା ପ୍ରତି ୩୦ ରୁ ୪୦ କି.ମି. ପବନ ବହିବ । ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ଦିନ ତାପମାତ୍ରା । ସର୍ବାଧିକ ସର୍ବା ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି । ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଛି












Click it and Unblock the Notifications