୩ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି ପଡୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

rain

ତେବେ ଆଗାମୀ ୩ ଘଣ୍ଟା ପାଇଁ ୩ ଜିଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଜିଲା ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗକେନ୍ଦ୍ର ସୂଚନା ଦେଇଛି। ଏସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ସେହିପରି ଶନିବାର କିଛି ଜିଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାର ତାପମାତ୍ରା ୩୬.୪ ଡିଗ୍ରୀ ଥିବା ବେଳେ ପାରଳାଖେମୁଣ୍ଡିରେ ୩୬.୨ ଡିଗ୍ରୀ ଥିଲା। ଭୁବନେଶ୍ୱର ୩୫.୫ ଡିଗ୍ରୀ, ସମ୍ବଲପୁର ୩୫.୯, ବଲାଙ୍ଗୀର ୩୫.୪, ବୌଦ୍ଧ ୩୫.୮, କେନ୍ଦ୍ରାପଡ଼ା ୩୫, ସୁନ୍ଦରଗଡ଼ ୩୫.୩, ମାଲକାନଗିରି ୩୫.୧ ଡିଗ୍ରୀ ରହିଥିଲ। ସକାଳେ ଆର୍ଦ୍ରତା ୮୦ରୁ ୯୦% ଥିବାବେଳେ ସନ୍ଧ୍ୟାରେ ୭୦ରୁ ୯୦% ରହିଥିଲା। ଭୁବନେଶ୍ୱର ତାପମାତ୍ରା ସ୍ବାଭାବିକଠାରୁ ୩.୨ ଡିଗ୍ରୀ ଓ ସମ୍ବଲପୁରରେ ୨.୬ ଡିଗ୍ରୀ ଅଧିକ ରହିଛି। ରାତିରେ ବି ବାତାବରଣ ବିଶେଷ ଥଣ୍ଡା ପଡ଼ିନି । ପାରଦ ୨୫-୨୭ ଡିଗ୍ରୀ ପାଖାପାଖି ରହୁଛି। ପୁରୀରେ ରାତି ତାପମାତ୍ରା ଶନିବାର୨୯ ଡିଗ୍ରୀ ରହିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+