ମୌସୁମୀ ବର୍ଷା ଜାରି ; ୨୬ ଯାଏ ରାଜ୍ୟରେ ପ୍ରବଳ ବର୍ଷା ! ପାଣିପାଗ ବିଭାଗ କଲା ପୂର୍ବାନୁମାନ

ବାୟୁ ପ୍ରଭାବରେ ଆହୁରି ୪ ଦିନ ବର୍ଷା ଲାଗି ରହିବା ନେଇ ଆକଳନ ହୋଇଛି। ତେବେ ଆଗାମୀ ଦୁଇ ଦିନ ଭିତରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

rain

ଏହା ଭିତରେ ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା । ୧୬ ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। ବାଲେଶ୍ୱରରେ ସର୍ବାଧିକ ୫୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୪୮ ପ୍ରତିଶତ, ସୁନ୍ଦରଗଡ଼ରେ ୪୬ ପ୍ରତିଶତ, ଝାରସୁଗୁଡ଼ାରେ ୪୨ ପ୍ରତିଶତ, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୪୧ ପ୍ରତିଶତ, କେନ୍ଦୁଝର, ଯାଜପୁର ଓ ପୁରୀରେ ୩୮ ପ୍ରତିଶତ ଏବଂ ସମ୍ବଲପୁରରେ ୩୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପୂରା ରାଜ୍ୟରେ ମୋଟ ୧୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+