୪ ଦିନ ରାଜ୍ୟର ପ୍ରବଳ ବର୍ଷା! ଜାରି ହେଲା ସତର୍କ ସୂଚନା
Weather News Update: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୩ ରୁ ୪ ଦିନ ପର୍ଯ୍ୟନ୍ତ ଏପରି ରାଜ୍ୟରେ ଏପରି ପାଗ ରହିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାରେ ଅଧିକାଂସ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାକେ ବର୍ଷା ପରିମାଣ ୭ ରୁ ୧୧ ସେଣ୍ଟିମିଟର ରହିବ ।

ସେହିପରି କୋରାପୁଟ, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଦପୁର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, ଗଜପତି, ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡି ହେବାର ସମ୍ଭବନା ରହିଛି । ବର୍ଷା ସହ ଏଠି ୩୦ ରୁ ୪୦ କିମି ବେଗରେ ପବନ ବହିବାରେ ଆଶଙ୍କା ରହିଛି । ଯେଉଁଥିପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆଜି ସନ୍ଧ୍ୟାରେ ଅନେକ ସ୍ଥାନରେ ଝଡ଼ତୋଫାନ ହେବାର ଆଶଙ୍କା ରହିଛି । ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡ଼ାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ଘରୁ ନ ବାହାରିବା ପାଇଁ ଏବଂ ସୁରକ୍ଷିତ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications