କଳିଙ୍ଗା ଘାଟିରେ ପ୍ରବଳ ବର୍ଷା; ଧୋଇଗଲା ମରାମତି ହେଉଥିବା ରାସ୍ତା

ଭୂସ୍ଖଳନ ଯୋଗୁ ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି । ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ୫୦ ମିଟର ରାସ୍ତା ଭାସିଯାଇ ବିରାଟ ଖାଲ ସୃଷ୍ଟି ହୋଇଥିଲା ।

୧୭ ତାରିଖଠାରୁ ଜାତୀୟ ରାଜପଥ ବିଭାଗ ଦ୍ୱାରା ଏକ ବେସରକାରୀ ଠିକାସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିଲେ । ଗୁରୁବାରଠାରୁ ଶେଷ ପର୍ଯ୍ୟାୟ କଂକ୍ରିଟ କାମ ଚାଲିଥିବା ବେଳେ ଶନିବାର ପ୍ରବଳ ବର୍ଷା ଯୋଗୁଁ ସେହି ଦିନ ପଡ଼ିଥିବା କଂକ୍ରିଟ ପାହାଡ଼ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିବା ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ ।

Heavy rain in kalinga ghati

ଏଥିସହ ଭୂସ୍ଖଳନ ଆଶଙ୍କା କରି କାମ କରୁଥିବା ଶ୍ରମିକ ସ୍ଥାନ ଛାଡ଼ି ଦେଇଥିଲେ । ତେବେ ରବିବାର ସକାଳୁ ଜଣାପଡ଼ିବ କେତେ କ୍ଷୟକ୍ଷତି ହୋଇଛି ।

ସୂଚନାଥାଉକି, ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଥିବାରୁ କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+