୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା; ସୋନପୁର ଜିଲ୍ଲାର ବିନିକାଠାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା। ତେବେ ସୋନପୁର ଜିଲ୍ଲାର ବିନିକାଠାରେ ସର୍ବାଧିକ ୧୬୫.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ଧାନକୌଡାଠାରେ ୧୫୫ ମିମି ବର୍ଷା ରେକର୍ଡ ହୋଇଛି । ୬ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୧୨ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ।
ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ବି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତକାଲିର ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଝାଡ଼ଖଣ୍ଡ ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଅଂଚଳରେ କେନ୍ଦ୍ରୀଭୁତ ଏବଂ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ସକ୍ରିୟ ରହିଛି।
ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ରାଜ୍ୟରେ ୨୨.୭ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୧୧.୮ ମିମି ତୁଳନାରେ ୯୨% ଅଧିକ ରହିଛି।

ସକ୍ରିୟ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟାରେ ଅନୁଭୂତ ବର୍ଷାରେ ୩% ନିଅଣ୍ଟିଆ ଭରଣ ହୋଇଛି। ଗତ ୪୮ ଘଣ୍ଟାରେ ଅନୁଭୂତ ବର୍ଷା ପ୍ରଭାବରେ ରାଜ୍ୟରେ ୮% ନିଅଣ୍ଟିଆ ଭରଣ ହୋଇଛି । ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ୩୦୭.୮ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମିମି ତୁଳନାରେ ୨୦% କମ ହୋଇଛି।
୧ ଜୁନ ରୁ ୧୫ ଜୁଲାଇ ୨୦୨୩ ମଧ୍ୟରେ : ଅନୁଭୂତ ବର୍ଷା ୨୫୭.୮ ମିମି (୨୮ ପ୍ରତିଶତ ନିଅଣ୍ଟିଆ)। ଗତ ୪୮ ଘଣ୍ଟାରେ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ହାରାହାରି ୫୦ ମିମି ବର୍ଷା ହେତୁ ୮ ପ୍ରତିଶତ ନିଅଣ୍ଟିଆ ଭରଣ । ୧ ଜୁନରୁ ୧୮ ଜୁଲାଇ ୨୦୨୩ ମଧ୍ୟରେ: ଅନୁଭୂତ ବର୍ଷା ୩୦୭.୮ ମିମି (୨୦ ପ୍ରତିଶତ ନିଅଣ୍ଟିଆ)।
ଗତ କାଲିର ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଥିବା ବେଳେ, ଏହା ସହ ଜଡିତ ଘୁର୍ଣ୍ଣିବଳୟ ଆଜି ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି । ପ୍ରଭାବରେ ଆଜି କେତକ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।












Click it and Unblock the Notifications