ତାଣ୍ତବ କରୁଛି ବର୍ଷା: ହିମାଚଳ ପ୍ରଦେଶରେ ଜାରି କରା ଗଲା ହେଲ୍ପଲାଇନ୍ ନମ୍ବର

Himachal Pradesh Weather Rain: ଗତ ଦୁଇ ଦିନ ହେବ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା କାରଣରୁ ଆସନ୍ତା 24 ଘଣ୍ଟା ଘର ଭିତରେ ରହିବାକୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଲୋକଙ୍କୁ ନିବେଦନ କରିଛନ୍ତି। ହିମାଚଳ ସିଏମଓ ଟ୍ୱିଟ କରି କହିଛନ୍ତି ଯେ, ବିପର୍ଯ୍ୟୟର ଏହି ସମୟରେ ସରକାରଙ୍କୁ ଏକଜୁଟ ହୋଇ ସହଯୋଗ କରନ୍ତୁ ଏବଂ ଆସନ୍ତା 24 ଘଣ୍ଟା ଘରେ ଭିତରେ ରୁହନ୍ତୁ ।

Himachal Pradesh

ସେ ଆହୁରି କହିଛନ୍ତି,'ଆମେ ତିନୋଟି ହେଲ୍ପଲାଇନ ନମ୍ବର ଜାରି କରିଛୁ । କୌଣସି ଅସୁବିଧା ହେଲେ ଏହି ନମ୍ବରରେ କଲ କରନ୍ତୁ । ନମ୍ବର ଗୁ଼ଡିକ ହେଲା 1100, 1070 ଏବଂ 1077 । ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଆପଣ ଏହି ନମ୍ବରକୁ କଲ କରିପାରିବେ ଏବଂ ମୁଁ ନିଜେ ମଧ୍ୟ 24 ଘଣ୍ଟା ଉପଲବ୍ଧ ରହିଛି'।

ସେହିପରି ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ । ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବା ପାଇଁ ମିଳୁଛି ଯେଉଁଥି ପାଇଁ ସମସ୍ତ ସ୍କୁଲ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+