ପ୍ରବଳ ବର୍ଷା ; ଆସନ୍ତାକାଲି ମାଲାକାନଗିରିରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ସ୍ଥିତି ଅଣାୟତ ହୋଇଥିବା ବେଳେ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏମିତିକି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ। ସେଥିପାଇଁ ଏହି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମାଲାକାନଗିରି ଜିଲ୍ଲାପାଳ ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ସ୍କୁଲରେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପୋଟେରୁ ନଦୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ପୋଟେରୁ ବ୍ରିଜ୍ ଉପରେ ୧୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।

କାଲିମେଳା ବ୍ଲକ୍ MV-୪୦ ଗାଁ ଭିତରେ ଲହଡ଼ି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି। ଘରଦ୍ୱାର ଓ ଆସବାବପତ୍ର ସବୁକିଛିକୁ କବଜା କରି ନେଇଛି ବନ୍ୟାଜଳ। ୩୨୬ ନମ୍ବର ଜାତୀୟ ରାଜପଥରେ ପାଣି ଚାଲୁଥିବାରୁ ମାଲକାନଗିରି ଓ ମୋଟୁ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଚିତ୍ରକୋଣ୍ଡା ବ୍ଲକର ପେପରମେଟଲା ବ୍ରିଜ୍ ପ୍ରାୟ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ଯୋଡ଼ାମ୍ବ, ପଣସପୁଟ, ଅଣ୍ଡରା ପାଲି, ଯନ୍ତ୍ରୀ, ଗାଜଳମାମୁଡ଼ି ଭଳି ୫ଟି ପଞ୍ଚାୟତ।

heavy rain

ଅମାନିଆ ପାଣିର ସୁଅ ଯୋଡ଼ାମ୍ବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବି ଧଶେଇ ପଶିବାରୁ ଗୁରୁତର ପ୍ରଭାବିତ ହୋଇଛି ରୋଗୀସେବା। ନଷ୍ଟ ହୋଇଛି ମେଡିକାଲର ଔଷଧ, ନଥି ଓ ଆସବାବପତ୍ର। ଚିତ୍ରକୋଣ୍ଡାର ପିଲିଗାଡାଠାରେ ଥିବା ରାଜ୍ୟ ରାଜପଥରେ ଏକ ବ୍ରିଜ ଧୋଇଯିବା ଫଳରେ ଓଡିଶା ସହ ଆନ୍ଧ୍ର ଓ ତେଲେଙ୍ଗାନାକୁ ଏଇ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଜି ସକାଳେ ଏହି ବ୍ରିଜ୍ ସହ ପାଣିର ପ୍ରଖର ସୁଅ ଧୋଇ ନେଇଛି ପ୍ରାୟ ୨ ଶହ ମିଟର ରାସ୍ତା। ତା' ସହ ନିକଟରେ ନିର୍ମାଣାଧୀନ ଥିବା ଏକ ବ୍ରିଜ୍‌ରେ ଲାଗିଥିବା ଠିକା ସଂସ୍ଥାର ଏକ ଜେସିବି ଓ ରୋଲର ଆଦି ସବୁ କିଛି ଭସାଇ ନେଇଛି। ଲଗାଣ ବର୍ଷା ଫଳରେ ଚିତ୍ରକୋଣ୍ଡା ବାଲିମେଳା ରାସ୍ତାର ଭାଳବ ଛକ ନିକଟରେ ମାଟି ଅତଡା ଧସିବା ଫଳରେ ଚିତ୍ରକୋଣ୍ଡା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ଜୟପୁର ଏବଂ କୋରାପୁଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+