ଲାଗି ରହିଛି ବର୍ଷା; ପ୍ରବଳ ବର୍ଷାନେଇ ୧୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟରେ ଜାରି ରହିଛି ବର୍ଷା ପାଗ । ପ୍ରବଳ ବର୍ଷାନେଇ ଆଜି ୧୫ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି। ଏହି ଜିଲ୍ଲାଗୁଡିକ ହେଉଛି କୋରାପୁଟ, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ଼, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ଝାରସୁଗୁଡା, ବରଗଡ଼ ।

ସେହିପରି ୧୮ ତାରିଖ ଦିନ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ବିଭାଗ ଅନୁସାରେ, ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ୧୯ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ । ୧୯ରୁ ୨୨ ତାରିଖ ଯାଏଁ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି। ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି ।
ଜୁନ ପହିଲାରୁ ୧୬ ଜୁଲାଇ ମଧ୍ୟରେ ରାଜ୍ୟରେ ୨୮୫. ୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୨୩ ପ୍ରତିଶତ ନିଅଣ୍ଟିଆ । ଗତ ୨୪ ଘଣ୍ଟାର ବର୍ଷା ୫ ପ୍ରତିଶତ ନିଅଣ୍ଟିଆ ବର୍ଷାକୁ ଭରଣା କରିଛି । ତେବେ ଆଗକୁ ହେବାକୁ ଥିବା ଲଘୁଚାପ ଏହି ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆଶା ।












Click it and Unblock the Notifications