କାଲିଠୁ ବାତ୍ୟା ‘ଅସାନି’ ଦେଖାଇବା ପ୍ରଭାବ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

କାଲିଠୁ ବାତ୍ୟା ‘ଅସାନି’ ଦେଖାଇବା ପ୍ରଭାବ: ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘଣ୍ଟାକୁ ୨୫ କିଲୋମିଟର ବେଗରେ ବଙ୍ଗୋପସାଗରରେ ଗତି କରୁଛି ଭୀଷଣ ବାତ୍ୟା 'ଅସାନି'। ପୁରୀଠାରୁ ୬୮୦ କିଲୋମିଟର ଦୂରରେ ଥିବା 'ଅସାନି' ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦେଇଛି।

Cyclone

ଏହା ପ୍ରଭାବରେ ଆସନ୍ତାକାଲିଠାରୁ ୩ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଅବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ତିନିଟି ଜିଲ୍ଲାରେ ୭୦ରୁ ୧୦୦- ୧୧୦ ମିଲିମିଟିର ବର୍ଷା ହୋଇପାବେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଗୋଟିଏ, ୨ଟି ସ୍ଥାନରେ ବର୍ଷିବ। ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଗୋଟିଏ, ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତା ୧୨ ତାରିଖରେ ପାରାଦୀପ ନିକଟରେ 'ଅସାନି' ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ । ଏଥିନିମନ୍ତେ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଚାନ୍ଦବାଲି, ଗୋପାଳପୁର, ପାରାଦୀପ, ପୁରୀ ସିଗନାଲ ପୋର୍ଟରେ ବିପଦ ସଙ୍କେତ-୨ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+