ଆସନ୍ତା ୩୦ରୁ ରାଜ୍ୟରେ ବଢିବ ବର୍ଷା : ପୁରୀରେ ସର୍ବନିମ୍ନ, ମାଲକାନଗିରି ସର୍ବାଧିକ ବର୍ଷା ରେକର୍ଡ଼
ଭୁବନେଶ୍ୱର : ୩୦ରୁ ରାଜ୍ୟରେ ବଢିବ ବର୍ଷା। ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଥିବାରୁ ରାଜ୍ୟରେ ୩୦ରୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି । ଅଗଷ୍ଟ ୩ ତାରିଖ ଯାଏଁ ରାଜ୍ୟରେ କିଛି କିଛି ବର୍ଷା ରହିବ । ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ।
ଚଳିତ ମୌସୁମୀ ଋତୁରେ, ୧ଜୁନରୁ ୨୭ଜୁଲାଇ ମଧ୍ୟରେ ରାଜ୍ୟରେ ୪୪୦.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୫୦୧.୬ ମିମି ତୁଳନାରେ ୧୨ ପ୍ରତିଶତ କମ ରହିଛି । ଏହି ସମୟ ପରିଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୯୦.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱଭାବିକ ବର୍ଷା ତୁଳନାରେ ୪୭% ଅଧିକ ରହିଛି।
ସେହିପରି ପୁରୀ ଜିଲ୍ଲାରେ ସର୍ବନିମ୍ନ ୨୭୬.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୩୧ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

ତେବେ ଚିନ୍ତାର ବିଷୟ ଏହିକି ଯେ, ମାତ୍ର ଅଗଷ୍ଟ ୪ତାରିଖରୁ ଗାଏବ ହୋଇଯିବ ମୌସୁମୀ। ସପ୍ତାହେ କିମ୍ବା ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀର ଖୋଜ ଖବର ମିଳିନପାରେ । ଯଦି ଏଭଳି ସ୍ଥିତି ଉପୁଜିବେ, ତେବେ କୃଷି ଉପରେ ସାଂଘାତିକ ପ୍ରଭାବ ପଡ଼ିପାରେ । ଅନ୍ୟପକ୍ଷରେ ବର୍ଷା କମିଗଲେ ରାଜ୍ୟରେ ଖରା, ଗୁଳୁଗୁଳି ଓ ଗରମ ପ୍ରକୋପ ବି ବଢ଼ିବା ଆଶଙ୍କା ରହିଛି । ଲଘୁଚାପ ପରେ ଲଘୁଚାପ ଆସୁଛି, ତଥାପି ସବୁ ବଡ଼ ବର୍ଷା ନାହିଁ ।
ଏବେବି ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । ଅନ୍ୟପକ୍ଷରେ ବର୍ଷା କମିଗଲେ ରାଜ୍ୟରେ ଖରା , ଗୁଳୁଗୁଳି ଏବଂ ଗରମ ପ୍ରକୋପ ବି କମିବା ଆଶଙ୍କା ରହିଛି । ମାତ୍ର ଅଗଷ୍ଟ ୪ ତାରିଖରୁ ଗାଏବ ହୋଇଯାଇପାରେ ମୌସୁମୀ।












Click it and Unblock the Notifications