ଦୁଃଖଦ ଖବର, ବଜ୍ରପାତରେ ୩ ମହିଳାଙ୍କ ମୃତ୍ୟୁ

ଭବାନୀପାଟଣା: ବଜ୍ରପାତରେ ୩ ମହିଳାଙ୍କ ମୃତ୍ୟୁ । ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ଦୁଃଖଦ ଘଟଣା ଘଟିଛି । ୩ ମହିଳା ବିଲରେ କାମ କଲା ବେଳେ ବଜ୍ରାଘାତର ଶିକାର ହୋଇଛନ୍ତି ।

ବଜ୍ରପାତରେ ଆଜି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ଏହି ଘଟଣା ଘଟିଛି । ଅପରାହ୍ନରେ ଏହି ତିନି ମହିଳା ବିଲରେ କାମ କଲା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।

DEAD

ବିଲରେ କାମ କରୁଥିବା ସମୟରେ ଅଘଟଣ ଘଟିଛି । ବିଲରେ କାମ କରୁଥିବାବେଳେ ବଜ୍ରାଘାତ ଘଟି ତିନି ମହିଳାଙ୍କ ମୃତ୍ୟୁ ହୋଇଛି । ଅପରାହ୍ନରେ ତିନି ମହିଳା ବିଲରେ କାମ କରୁଥିଲେ । ଆଉ ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରାଘାତ ଘଟିଥିଲା । ଯେଉଁଥିରେ ତିନି ମହିଳାଙ୍କ ମୃତ୍ୟୁ ହୋଇଛି ।

ଦୁଇ ଦିନ ତଳେ ଝରିଗାଁ ବ୍ଲକ୍‌ ବକଡାବେଡା ପଞ୍ଚାୟତ ଟେଣ୍ଡକାଗୁଡା ଗାଁର ନବୀନା ଭତରା ଓ ଅନ୍ୟ ଦୁଇ ଜଣ ମହିଳା ବିଲକୁ ଘାସ କାଟିବା ପାଇଁ ଯାଇଥିଲେ । ତେବେ ହଠାତ୍‌ ବଜ୍ରପାତ ହେବାରୁ ନବୀନା ଚେତାହରାଇ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବଜ୍ରପାତ୍ ହେତୁ ରାଜ୍ୟରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+