ମଘରେ ଟାଇଁ ଟାଇଁ ଖରା; ଉଭୟ ଦିନ ଓ ରାତ୍ରିର ତାପମାତ୍ରା ବୃଦ୍ଧି
ମାଘ ନ ସରୁଣୁ ରାଜ୍ୟରୁ ଗାୟବ ହୋଇଗଲାଣି ଶୀତ । ମାଘରେ ଟାଇଁ ଟାଇଁ ଖରା ଦେଖିବାକୁ ମିଳୁଛି । ଉଭୟ ଦିନ ଓ ରାତ୍ରିର ତାପମାତ୍ରା ବୃଦ୍ଧି ପାଇଛି ।
ଆସନ୍ତାକାଲି ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ, ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ରହିବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଦିନରେ ରାଜ୍ୟକୁ ଉତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଆକାଶ ନିର୍ମଳ ରହିବା ସହ ପାରଦ ୩୫-୩୬ ଡିଗ୍ରୀ ଉପରେ ରହୁଛି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିଲା ।

ସୋମବାର ଭାବନୀପାଟଣାରେ ଦିନର ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ଥିଲା । ତେବେ ୨୨ରୁ ତାତି ଟିକେ କମିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।
ରୁଚାପ ବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି । ଏଥିପାଇଁ ଆଗାମୀ 3 ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢିବ । ସ୍ୱାଭାବିକ ଠାରୁ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ ।












Click it and Unblock the Notifications