ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ୨ ମହିଳା ଭକ୍ତ ଆହତ
ଆଜି ମହାଶିବରାତ୍ରୀ। ସବୁ ଶୈବପୀଠ ଉତ୍ସବ ମୁଖର। ଏଥିପାଇଁ ପ୍ରତ୍ୟେକ ମନ୍ଦିରରେ ବକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଏହାରି ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାଗରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ଦେଖାଦେଇଛି। ଏହି ଦଳାଚକଟାରେ ୨ଜଣ ମହିଳା ଭକ୍ତ ଆହତ ହୋଇପଡିଛନ୍ତି। ମୁକ୍ୟପ୍ରବେଶ ଦ୍ୱାର ସିଂହଦ୍ୱାର ନିକଟରେ ଠେଲାପେଲା ପରିସ୍ଥିତି ଦେଖାଦେଇଛି।












Click it and Unblock the Notifications