ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ଭିଡ, ରାତି ସାଢେ ୧ଟାରେ ଉଠିବ ମହାଦୀପ
ଆଜି ପବିତ୍ର ମହା ଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ। ପୂଜକ ସମିତି ପକ୍ଷରୁ ରାତି ୪ଟାରେ ଦ୍ଵାର ଫିଟାଯାଇଛି। ପରେ ବାବାଙ୍କୁ ମହାସ୍ନାନ କରାଯିବା ସହ କେତକୀ ଫୁଲରେ ସୁସଜ୍ଜିତ କରାଯାଇଛି। ଜାଗରରେ ବାବାଙ୍କୁ ଦର୍ଶନ କରିବା ଲାଗି ସକାଳୁ ସକାଳୁ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି।

ପବିତ୍ର ଜାଗରରେ ବାବା ଧବଳେଶ୍ଵରଙ୍କ ପାଖରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି ହେବ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାତି ସାଢେ ୧ଟାରେ ମହାଦୀପ ଉଠିବା ନେଇ ସୂଚନା ରହିଛି।












Click it and Unblock the Notifications