ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଆଶଙ୍କା: ୩୧ ଓ ୧ରେ ଅପରାହ୍ଣ ୩ଟା ସୁଦ୍ଧା ହେବ ଧ୍ୱଜା ବନ୍ଧା
ଇଂରାଜୀ ନବବର୍ଷ ଉପଲକ୍ଷେ ଆସନ୍ତା ୩୧ ଓ ୧ ତାରିଖରେ ପ୍ରବଳ ଭିଡ଼ ତଥା ଜନଗହଳି ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଧ୍ୱଜା ବନ୍ଧା ନୀତି ଅପରାହ୍ଣ ୩ଟା ସୁଦ୍ଧା ଶେଷ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଇୀ ନିର୍ଦ୍ଦେଶ ଦେଇଛନ୍ତି ଏନେଇ ଧ୍ୱଜା ବନ୍ଧା ସେବା ପ୍ରଦାନ କରୁଥିବା ଚୁନରା ସେବକଙ୍କୁ ଆଦେଶ ଦିଆଯାଇଛି। ଅପରାହ୍ଣରେ କମ୍ ଗହଳି ମଧ୍ୟରେ ଧ୍ୱଜା ବନ୍ଧା ହେବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ଡ. ପାଢ଼ୀ ସୂଚନା ଦେଇଛନ୍ତି ।

ଏଥିପାଇଁ ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ଧ୍ୱଜା ବନ୍ଧା ରସିଦ କରାଯାଇ ୧ଟା ୪୫ ସୁଦ୍ଧା ଧ୍ୱଜାଗୁଡ଼ିକୁ ଚୁନରା ପାଳିଆ ସେବକଙ୍କୁ ହସ୍ତାନ୍ତର ପାଇଁ ଲେଙ୍କା ସେବକଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଏଥିସହ ଘଣ୍ଟି ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ସୁଗମ କରିବା ତଥା ଗହଳି ନିୟନ୍ତ୍ରଣ ପାଇଁ ଚୁନରା ସେବକମାନେ କୌଣସି ଉଲାଗି ଧ୍ୱଜା ଗାରଦ ପଶ୍ଚାତ ଭାଗରେ ବିକ୍ରୟ ନ କରିବା ପାଇଁ ବାରଣ କରାଯାଇଛି । ଏହାକୁ ନିଶ୍ଚିତ କରାଯିବାକୁ ଶ୍ରୀମନ୍ଦିର କମାଣ୍ଡର ଏବଂ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚୂନରା ସେବକମାନଙ୍କର ସହଯୋଗ କାମନା କରିବା ସହ କୌଣସି ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି ।












Click it and Unblock the Notifications