କଟକ ବାଲିଯାତ୍ରାରେ ପ୍ରବଳ ଭିଡ ଯୋଗୁଁ ଠେଲାପେଲା ସ୍ଥିତି ସୃଷ୍ଟି

କଟକ ବାଲିଯାତ୍ରାରେ ପ୍ରବଳ ଭିଡ ଯୋଗୁଁ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣ ଅଚେତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହା ଗତକାଲି ସରିବାର ଥିଲା । ହେଲେ ସରକାର ଏହାକୁ ଆଜି ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିଲେ ।

କଣ୍ଠଶିଳ୍ପୀ ଶ୍ରେୟା ଘୋଷଲାଙ୍କ ସୋ' ଦେଖିବାକୁ ଲୋକଙ୍କ ଭିଡ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏପରିକି ପୁଲିସ ଓ ଲୋକ ହାତାହାତି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି। ଭିଡ଼ରେ ଜଣେ ମହିଳା ଆହତ ହୋଇଥିବା ବେଳେ ଜଣେ ଯୁବତୀ ଅଚେତ୍ ହୋଇଥିଲେ।ସଙ୍ଗେ ସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ସହାୟତା କେନ୍ଦ୍ରକୁ ନିଆଯାଇଛି।

Heavy crowd at Cuttack Bali Yatra causes stampede
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+