ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିର ଭିତରେ ପଶିଲ ଭକ୍ତ

ପୁରୀ: ବଡ଼ ଦିନରେ ଶ୍ରୀମନ୍ଦିରରେ ନାହିଁ ନଥିବା ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ଶ୍ରଦ୍ଧାଳୁ । ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା ପୋଲିସ ।

puri

ଆଜି ଡିସେମ୍ବର ୨୫ ତାରିଖ ଲାଗି ଜଗା ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକେ ଆସି ପୁରୀରେ ପହଞ୍ଚିଛନ୍ତି । ମହପ୍ରଭୁଙ୍କ ଦର୍ଶନ ପାଇଁ ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲାଇନ୍ ଲାଗିଛି, ଘଣ୍ଟା ଘଣ୍ଟା ଲାଇନରେ ଛିଡା ହୋଇ ଧର୍ଯ୍ୟ ହରାଇ ଶେଷରେ ବ୍ୟାରିକେଡ୍ ଠେଲି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଛନ୍ତି ।

ସେହିପରି ଅଭିଯୋଗ ହୋଇଛି ଯେ, କିଛି ଭକ୍ତ ଲାଞ୍ଚ ଦେଇ ଗଳାବାଟରେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ସେବାୟତମାନେ ପଇସା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡୁଥିବାର ଅଭିଯୋଗ କରିଛନ୍ତି ଲୋକେ । ତେବେ ଆଗକୁ ନୂଆ ବର୍ଷ ଆସୁଥିବାରୁ ଆହୁରି ଭିଡ଼ ବଢିପାରେ ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପସ ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+