ଆଗକୁ ଆଗରୁ ବଢ଼ିବ ଗ୍ରୀଷ୍ମ ପ୍ରବାହ, ଏବେଠୁ ୪୦ ପାର ପାରଦ
ଆସନ୍ତା ତିନି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ାରେ ୪୦ ଡିଗ୍ରୀ ଟପିଛି । ଆଗକୁ ତିନି ଦିନ ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

ଗୁରୁବାର ରାଜ୍ୟର ବହୁ ସ୍ଥାନରେ ପ୍ରବଳ ଖରା ସହ ତାତି ଅନୁଭୂତ ହୋଇଥିଲା । ବାହାରକୁ ବାହାରିଲେ ଗରମ ଝାଞ୍ଜି ପବନ ବାଜୁଥିଲା । ଦେହ ପୋଡ଼ି ପକାଇବା ଭଳି ଅନୁଭବ ହେଉଥିଲା । ଅପରାହ୍ନ ୪ଟା ଯାଏ ଗରମ ସ୍ଥିତିରେ ସୁଧାର ଆସିନଥିଲା । ପରେ ଗରମ ହାୱାରୁ ଆଶ୍ୱସ୍ତି ମିଳିଥିଲା । ଆଗକୁ ବି ଗ୍ରୀଷ୍ମପ୍ରବାହ ସ୍ଥିତି ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୦.୮ ଡିଗ୍ରୀ ସେଲସିୟସ୍ ଥିଲା । ହୀରାକୁଦରେ ୩୯.୨, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୯, ଭୁବନେଶ୍ୱରରେ ୩୮.୬, ରାଉରକେଲାରେ ୩୮.୪, ଟିଟିଲାଗଡ଼ ଓ ତାଳଚେରରେ ୩୮ ଡିଗ୍ରୀ ଥିଲା ।
ସେହିଭଳି କାଳବୈଶାଖୀ ପ୍ରଭାବରେ ୧୫ ଓ ୧୬ ତାରିଖରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ୧୫ ତାରିଖ (ରବିବାର) ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ଝଡ଼ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ । ୧୬ ତାରିଖ (ସୋମବାର) ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ସମେତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ୧୭ ଓ ୧୮ ତାରିଖରେ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।
-
ଖୁସିଖବର: ୩୦ଟି ଜିଲାରେ ହେବ MSME ଇ-ପାର୍କ -
ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
୭ ଲକ୍ଷ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ -
ଆଜି ବଜେଟ୍ ଅଧିବେଶନର ୩ୟ ଦିନ, ରହିଛି ଏକାଧିକ ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ -
କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ -
ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା -
ରାଜ୍ୟରେ ସଫଳ ହେଉଛି ମାଓବାଦୀ ଅପରେସନ, ଆତ୍ମସମର୍ପଣ କଲେ ୧୦ ମାଓବାଦୀ -
ବାଲେଶ୍ୱରରେ ଭୁଶୁଡୁଛି ବିଜେଡି ଗଡ଼; ଦଳ ଛାଡ଼ିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା -
ରାଜ୍ୟରେ ଆଜିଠାରୁ ବଢିବ ତାତି -
ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ଯୁଦ୍ଧରେ ଅଟକିଥିବା ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ












Click it and Unblock the Notifications