Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ବଢିବ ଗ୍ରୀଷ୍ମ ପ୍ରବାହ, ଜାରି ହେଲା ହିଟ୍‌ୱେଭ୍ SOP

ହିଟ୍‌ୱେଭ୍ SOP ଜାରି । ସମସ୍ତ ULB ପାଇଁ କଠୋର ନିର୍ଦ୍ଦେଶ । ଅସାମାନ୍ୟ ବର୍ଷା ପରେ ଅନିୟମିତ ଜଳବାୟୁ ପରିସ୍ଥିତି କାରଣରୁ ରାଜ୍ୟରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି । ସହର ଅଞ୍ଚଳରେ ବଡ଼ ବଡ଼ ଭବନ, ରାସ୍ତା ଓ ଅବକାଠା ସୂର୍ୟ୍ୟତାପ ଅଧିକ ଆତ୍ମସାତ କରିବାରୁ ତାପମାତ୍ରା ଆହୁରି ବଢ଼ୁଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଉସିଂ ଏବଂ ଅର୍ବନ ଡିଭେଲପମେଣ୍ଟ ବିଭାଗ ପକ୍ଷରୁ ସମସ୍ତ ଅର୍ବନ୍ ଲୋକାଲ୍ ବଡି (ULBs) ପାଇଁ ଏକ ବିସ୍ତୃତ SOP ଜାରି କରାଯାଇଛି ଓ କଠୋର ଭାବେ ଏହାକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଯୋଗାଣରେ ଗୁରୁତ୍ୱ ଦିଆଯାଇଛି । ସମସ୍ତ ସହର ଅଞ୍ଚଳରେ ପ୍ରଚୁର ପାଣି ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ମିଳିଛି । ପାଇପ୍‌ଲାଇନ୍‌ ସମସ୍ତ ଭଲ ଅବସ୍ଥାରେ ରଖିବା ସହିତ, ଯେକୌଣସି ଅଭିଯୋଗକୁ ୨୪ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ କୁହାଯାଇଛି । ଜଳ ଅଭାବ ଅଞ୍ଚଳରେ ଟ୍ୟାଙ୍କର୍‌ ଯୋଗେ ପାଣି ପହଞ୍ଚାଇବା ସହିତ ଆବଶ୍ୟକତା ଅନୁସାରେ ଅତିରିକ୍ତ ଟ୍ୟାଙ୍କର୍‌ ବ୍ୟବସ୍ଥା କରାଯିବ । ସମସ୍ତ ଟ୍ୟୁବ୍‌ୱେଲ୍‌ ଓ ହାଣ୍ଡପମ୍ପକୁ ସଚଳ ରଖିବା ସହିତ ମରାମତି ପାଇଁ ପୂର୍ବରୁ ଆବଶ୍ୟକ ସ୍ପେୟାର୍‌ ପାର୍ଟ୍‌ ମହଜୁଦ ରଖିବାକୁ କୁହାଯାଇଛି । ସହର ସ୍ତରର କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲି ଜଳ ଅଭାବ ସମ୍ବନ୍ଧୀୟ ଅଭିଯୋଗ ନିରାକରଣ କରାଯିବ।

Heatwave

IMD ପକ୍ଷରୁ ଜାରି ହେଉଥିବା ହିଟ୍‌ୱେଭ୍‌ ସତର୍କବାଣୀକୁ ନିୟମିତ ଭାବେ ମନିଟରିଂ କରାଯିବ । ପାନୀୟ ଜଳ ବିତରଣ କେନ୍ଦ୍ର : ସହରର ରାସ୍ତାଘାଟ, ବସ୍‌ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍‌, ବଜାର ଓ ସରକାରୀ କାର୍ଯ୍ୟାଳୟ ନିକଟରେ 'ପାଣିୟ ଜଳ ବିତରଣ କେନ୍ଦ୍ର' ଖୋଲିବାକୁ ନିର୍ଦ୍ଦେଶ ମିଳିଛି । ଏହାକୁ ମିଶନ୍‌ ଶକ୍ତି, ସ୍ୱୟଂସାହାୟକ ଗୋଷ୍ଠୀ ଓ ଏନଜିଓମାନଙ୍କ ମାଧ୍ୟମରେ ଚାଲୁ କରାଯିବ। ପାଣିର ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ବିଶେଷ ଯତ୍ନ ନିଆଯିବ । ଧୂଳି ଓ ପ୍ରଦୂଷଣ ନିୟନ୍ତ୍ରଣ: ରାସ୍ତାପାଖରେ C&D ୱେଷ୍ଟ୍‌ ସଫା କରିବା, ନିର୍ମାଣ ସ୍ଥଳକୁ ଆବୃତ କରିବା ଓ ଧୂଳି ଉଡ଼ିବାକୁ ରୋକିବା ପାଇଁ ପାଣି ଛିଟିବାକୁ କୁହାଯାଇଛି । ନିର୍ମାଣ ସାମଗ୍ରୀ ବୋଝାଇ ନେଉଥିବା ଯାନଗୁଡ଼ିକୁ ଟାର୍ପୋଲିନ୍‌ ଦ୍ୱାରା ଢାକିବା ଓ ଗତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ରହିଛି ।

ସହର ଅଞ୍ଚଳରେ ହୋଟେଲ୍‌ ଓ ଖାଦ୍ୟ ଦୋକାନମାନଙ୍କରେ କୋଉଳ ବା କୋଉଳ ଉତ୍ପାଦ ବ୍ୟବହାର ଉପରେ ପ୍ରତିବନ୍ଧ ଲାଗୁ କରାଯିବ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜଳାଶୟକୁ ପୁନରୁଦ୍ଧାର କରି ସ୍ୱଚ୍ଛ ରଖିବା, ଏବଂ ପରିବେଶ ସମ୍ବନ୍ଧୀୟ ନିୟମ ଓ NGT ଗାଇଡ୍‌ଲାଇନ୍‌କୁ କଠୋର ଭାବେ ପାଳନ କରିବାକୁ କୁହାଯାଇଛି । ସାଧାରଣ ଲୋକଙ୍କୁ ଘର ଆଗରେ ପକ୍ଷୀ ଓ ପଶୁ ପାଇଁ ପାଣି ରଖିବାକୁ ଓ ସ୍ୱଚ୍ଛତା ରକ୍ଷା କରିବାକୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି । ସମସ୍ତ ସମ୍ପର୍କିତ ବିଭାଗ ଯଥା ପୁଲିସ୍, ଫରେଷ୍ଟ ଓ ପଲ୍ୟୁସନ୍‌ କଣ୍ଟ୍ରୋଲ୍‌ ବୋର୍ଡକୁ ନିଜ ନିଜ ଦାୟିତ୍ୱ କଠୋର ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+