ରାଜ୍ୟରେ ଆଜିଠୁ ବଢିବ ତାତି, ଆଗାନୀ ୩ ଦିନ ରାଜ୍ୟରେ ଅସମ୍ଭାଳ ଗରମ
Odisha Weather News: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ଆଜିଠୁ ପାଗ ପରିବର୍ତ୍ତନ ହେବ । ତାପମାତ୍ରା ବୃଦ୍ଧି ପାଇବା ସହ ଆସନ୍ତା ୩ ଦିନ ରାଜ୍ୟରେ ଅସମ୍ଭାଳ ଗରମ ନେଇ ସତର୍କ କଲା ଆଞ୍ଚିଳିକ ପାଣିପାଗ କେନ୍ଦ୍ର । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ସେହିପରି ଅନେକ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା ଏବଂ କିଛି କିଛି ସ୍ଥାନରେ ୪୨ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ୨୯ ରୁ ୩୦ ତାରିଖରେ ହିଟ୍ ୱେଭ ନେଇ ସତର୍କ ସୂଚନା ଜାରି କରାଯାଇଛି । ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ତି ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ପାଗ ଶୁଖିଲା ରହିବ ଏବଂ ବୌଦ୍ଧରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୫.୬ ଓ କଟକରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।












Click it and Unblock the Notifications