ଆଗାମୀ ୪ ଦିନ ଅସହ୍ୟ ଗରମ-ଗୁଳୁଗୁଳି ଜାରି
Odisha Weather: ଆଗାମୀ ୪ ଦିନ ଅସହ୍ୟ ଗରମ-ଗୁଳୁଗୁଳି ଜାରି । ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା । ରାଜ୍ୟରେ କିଛି ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ଗତକାଲି ୧୧ଟି ସହରର ପାରଦ ୪୦ ଡିଗ୍ରୀ ଟପିଥିଲା, ୪୩.୫ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ବଲାଙ୍ଗୀରର ତାପମାତ୍ରା ଥିଲା ୪୨.୪ ଡିଗ୍ରୀ ଛୁଇଁଲା ଭୁବନେଶ୍ବର ଓ କଟକର ତାପମାତ୍ରା ୩୭ ଡିଗ୍ରୀ ଟପିଥିଲା ।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ ଦିନ ସର୍ବୋଚ୍ଚ ତାପମାତ୍ରା ୪ ରୁ ୬ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେହିପରି ଆଜି ମଧ୍ୟ ରାଜ୍ୟରେ କିଛି କାଳବୈଶାଖୀର ପ୍ରଭାବ ମଧ୍ୟ ଜାରି ରହିବ । ରାଜ୍ୟର କିଛି କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications