ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ, 4 ଜିଲ୍ଲାକୁ ହିଟ୍-ୱେଭ୍ ୱାର୍ଣ୍ଣିଂ
ଜୁନ ଆରମ୍ଭରୁ ପ୍ରାକ୍-ମୌସୁମୀ ବର୍ଷାରେ ରାଜ୍ୟବାସୀ ଭିଜିବା କଥା। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ଦିନ କାଟୁଛନ୍ତି ଲୋକେ । ଶନିବାର ଦିନ ରାଜ୍ୟର 13ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ 4 ସହରର ପାରଦ 44 ଡିଗ୍ରୀ ପାର୍ କରିଛି।
ଭୁବନେଶ୍ୱର : ଜୁନ ଆରମ୍ଭରୁ ପ୍ରାକ୍-ମୌସୁମୀ ବର୍ଷାରେ ରାଜ୍ୟବାସୀ ଭିଜିବା କଥା। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ଦିନ କାଟୁଛନ୍ତି ଲୋକେ । ଶନିବାର ଦିନ ରାଜ୍ୟର 13ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ 4 ସହରର ପାରଦ 44 ଡିଗ୍ରୀ ପାର୍ କରିଛି।

ଏହା ମଧ୍ୟରୁ ଅଧିକାଂଶ ସହର ପଶ୍ଚିମ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗୀର । ସହରରେ ତାପମାତ୍ରା 45 ଡିଗ୍ରୀ ରହିଛି । ଏହାପରେ ଟିଟିଲାଗଡ଼ 44 ଡିଗ୍ରୀ , ସମ୍ବଲପୁର 44.7 ଡିଗ୍ରୀ ଓ ସୋନପୁର 44.5 ଡିଗ୍ରୀ ରହିଛି । ଅନ୍ୟପଟେ ରବିବାର ଏବଂ ସୋମବାର ପାଇଁ ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲା ପାଇଁ ହିଟ୍-ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଦୁଇ ଦିନ ଖରା ବେଳେ ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିମାନେ ଖରାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ସେହିପରି ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଶନିବାର ଦିନ ଟ୍ବିନ ସିଟିର ତାପମାତ୍ରା ଯଥାକ୍ରମେ 35.7 ଡିଗ୍ରୀ ଓ 35.6 ଡିଗ୍ରୀ ରେକର୍ଡ ହୋଇଛି। ଆଜି ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା 38 ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ମଧ୍ୟରେ ରହିବ। ପାଗ ଆଂଶିକ ମେଘୁଆ ରହିବା ସହିତ ଅପରାହ୍ନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications