ବଢିଲା ଖରାର ପ୍ରକୋପ, ୩୦ ଡେଇଁଲାଣି ପାରଦ

ତାଉ ଦେଖାଇଲାଣି ଖରା। ବଢ଼ିବାରେ ଲାଗିଛି ତାପମାତ୍ରା । ଶୁକ୍ରବାର ଝାରସୁଗୁଡ଼ା ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି, ଯାହାକି ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ । କେବଳ ସେତିକି ନୁହେଁ, ରାଜ୍ୟର ୬ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଉପରେ ଥିଲା । ସମ୍ବଲପୁର ତାପମାତ୍ରା ୩୫.୨, ହୀରାକୁଦ ୩୫.୬, ଟିଟିଲାଗଡ଼ ୩୫, ପାରଳାଖେମୁଣ୍ଡି ୩୫.୬, ଭଦ୍ରକ ୩୫ ଡିଗ୍ରୀ ଥିବାବେଳେ ଭୁବନେଶ୍ୱରରେ ପାରଦ ୩୪.୪ ଡିଗ୍ରୀ ଛୁଇଁଥିଲା । ଶୁକ୍ରବାର ଅନେକ ସ୍ଥାନରେ ପାରଦ ୩୩ରୁ ୩୪ ଡିଗ୍ରୀ ମଧ୍ୟରେ ରହିଥିଲା ।

temperature crosses 30

ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବା ସହ ଖରା ପ୍ରକୋପ କ୍ରମଶଃ ବୃଦ୍ଧି ପାଇବ । ଦିନର ସର୍ବୋଚ୍ଚ ତାପମାତ୍ରା ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । କେବଳ ଦିନ ନୁହେଁ, ଏଣିକି ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+