ତାତି ଆହୁରି ୨୪ ଘଣ୍ଟା, ଏହି ଦିନଠୁ ବର୍ଷା ସମ୍ଭାବନା!
ଭୁବନେଶ୍ଵର: ରାଜ୍ୟରେ ଆହୁରି ଦିନେ ଗ୍ରୀଷ୍ମ ପ୍ରବାହ ସହ ୨୪ ଘଣ୍ଟା କଲବଲ କରିବ ତାତି। ଅସମ୍ଭାଳ ତାତି ସହ ୪୩ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେଣୁ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧ରୁ ବର୍ଷା ହେବ। ଆସନ୍ତା ୨୪ ଘଂଟାରେ କଳାହାଣ୍ଡି, ବଲାଙ୍ଗୀର,ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା ଓ ଢେଙ୍କାନାଳ ଏହି ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଵର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି କିଛି ଜିଲ୍ଲାରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡା ଏହି ୬ ଜିଲ୍ଲାକୁ ପ୍ରବଳ ଖରା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି କୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଵର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଠାରୁ ହିଁ ତାପମାତ୍ରା ଧୀରେ ଧୀରେ କମିବା ସହ ଆଉ ହିଟ ୱେଭ ର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ବିଭାଗ।୨ ଦ୍ଦିନ୩ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବ। ୩୦ ତାରିଖ ପରେ ହାଲ୍କା ବର୍ଷାର ସମ୍ଭାବନା ରହିଛି।












Click it and Unblock the Notifications