୮ ଜିଲ୍ଲାକୁ ହିଟୱେଭ୍ ଆଲର୍ଟ, ୪୦ ଡିଗ୍ରୀକୁ ବଢିପାରେ ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ଆଗାମୀ ୨ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ସ୍ୱଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । କାଲି ବାରିପଦା ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ସହର । ସେହିପରି ୨୫ଟି ସହରରେ ୪୦ ଡିଗ୍ରୀ ଟପିଥିଲା ପାରଦ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ଏପରି ପାଗ ଜାରି ରହିବ । ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୮ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାକୁ ହିଟ୍ ଆଲର୍ଟ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ।

heat wave_odisha

ଗତକାଲି ବାରିପଦା ବିଶ୍ୱର ଉତ୍ତପ୍ତ ସହର ତାଲିକାରେ ପ୍ରଥମ ସ୍ଥାନରେ ରହିଥିଲା । ଏଠାର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ରାଜ୍ୟର ୨୫ଟି ସହରର ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା । ଟ୍ୱିନ୍ ସିଟିରେ ମଧ୍ୟ ୪୦ଡିଗ୍ରୀ ଅତିକ୍ରମ କରିଥିଲା ପାରଦ । ଭୁବନେଶ୍ୱରରେ ୪୦.୪ ଡିଗ୍ରୀ ଏବଂ କଟକରେ ୪୦.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜି ରାଜଧାନୀ ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସୂଚନାଥାଉ ଯେ,ଦିନ ୧୧ଟାରୁ ଅପରାହ୍ନ ୩ ଟା ଯାଏ ପିକ୍ ଆୱାର୍ ଘୋଷଣା କରିଛି ପାଣିପାଗ ବିଭାଗ । ଏହି ସମୟରେ ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ୧୬ ତାରିଖ ଯାଏ ଛଟପଟ କରିବ ଗ୍ରୀଷ୍ମପ୍ରବାହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+