୮ ଜିଲ୍ଲାକୁ ହିଟୱେଭ ଆଲର୍ଟ, ସତର୍କ ରହିବାକୁ ପରାମର୍ଶ
Heatwave Alert: ମାର୍ଚ୍ଚ ମାସରୁ ରାଜ୍ୟରେ ଅସମ୍ଭାଳ ଗରମ ହେବା ସହ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି । ଆଗାମୀ ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଯେଉଁଥି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲାକୁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ବୌଦ୍ଧ, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର । ସେହିପରି ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସେହିପରି ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ୱେଭ୍ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୌଦ୍ଧ,ସମ୍ବଲପୁର, କଳାହାଣ୍ତି, ଝାରସୁଗୁଡ଼ା ଆଜି ଜିଲ୍ଲାକୁ ହିଟ୍ ୱେବ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।












Click it and Unblock the Notifications