ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବଢିବ ତାତି
Odisha Weather: ରାଜ୍ୟରେ ଆସନ୍ତକାଲିଠୁ ବଢିବ ତାମମାତ୍ରା । ସପ୍ତାହେ ଯାଏ ଗରମ ଅନୁଭୂତ ହେବ ଆସନ୍ତକାଲିଠାରୁ ଟାଣ ଖରା ହେବ ସହ ପ୍ରବଳ ଗରମ ଅନୁଭୂତି ହେବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା । ଆଗାମୀ ୪ରୁ ୫ ଦିନ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବୃଦ୍ଧି ପାଇଛି ।
ରାଜ୍ୟ ତାପମାତ୍ରା ବୃଦ୍ଧି ପାଇ ସହ ଆସନ୍ତା ୪୮ ଘଣ୍ଟା ଯାଏ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଗାମୀ ୫ରୁ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶାରେ ତାପମାତ୍ରା ରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଦେଓଗଡ ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ କରାଇଛି ବିଭାଗ । ସେହିପରି ଆସନ୍ତାକାଲି ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଅନୁଗୁଳ, ଜଗତସିଂହପୁର,କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications