ତାତିରୁ ନାହିଁ ତ୍ରାହି: ଆସନ୍ତା ୨ ସପ୍ତାହ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଆହୁରି ବଢିବ ତାପମାତ୍ରା

ଆଗାମୀ ଦୁଇ ସପ୍ତାହ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର: କଲବଲ କଲାଣି ତାତି । ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା । ସାକାଳ ୧୦ ହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ଏବେ ୪୦ଡିଗ୍ରୀ ଉପରେ । ଭୁବନେଶ୍ବରରେ ମଧ୍ୟ ଲଗାତାର ୪୦ଡିଗ୍ରୀ ପାର କରୁଛି ପାରଦ । ତେବେ ଆଗାମୀ ଦୁଇ ସପ୍ତାହ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Heat Wave

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୮ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ନେଇ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସୋନପୁରୁ, ବୌଦ୍ଧ ଓ ବଲାଙ୍ଗୀର ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ ୮ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିବା ବେଳେ ତାତିରେ କଲବଲ ହେଉଛି ସାରା ରାଜ୍ୟ ।

ଆଜି ଭୁବନେଶ୍ୱରରେ ସାଢେ ୨ଟା ସୁଦ୍ଧା ତାପମାତ୍ରା ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ସାଢେ ୨ଟା ସୁଦ୍ଧାଝାରସୁଗୁଡ଼ାରେ ସର୍ବାଧିକ ୪୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ସମ୍ବଲପୁରରେ ୪୨ ଦଶମିକ ୬, ହୀରାକୁଦରେ ୪୧ ଦଶମିକ ୨ ତାପମାତ୍ରା ରେକର୍ଡ଼ କରାଯାଇଛି । ଆଗାମୀ ଦୁଇ ସପ୍ତାହ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+