ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା, ୪୨ ଡିଗ୍ରୀ ସହ ମାଲକାନଗିରି ଓ ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହୋଇଛି । ଆଜି ଖରାରେ ରାଜ୍ୟବାସୀ ସିଝିଛନ୍ତି । ମାଲକାନଗିରି ଓ ବୌଦ୍ଧରେ ଅଧିକ ଅସହ୍ୟ ହୋଇପଡ଼ିଛି । ଉଭୟ ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ରେକର୍ଡ କରାଯାଇଛି । ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଗୁରୁବାର ରାଜ୍ୟରେ ୧୧ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ବା ତାହାଠାରୁ ଅଧୂକ ରେକର୍ଡ ହୋଇଛି । ବଡ଼ କଥା ହେଉଛି ବୌଦ୍ଧ ଏବଂ ମାଲକାନଗିରି ୪୨ ଡିଗ୍ରୀ ଛୁଇଁବା ସହ ସବୁଠୁ ଉତ୍ତପ୍ତ ସହର ହୋଇଛି । ସେହିଭଳି ବଲାଙ୍ଗିର, ଅନୁଗୁଳରେ ୪୧.୭ ଡିଗ୍ରୀ, ଝାରସୁଗୁଡ଼ା ୪୧.୬ ଡିଗ୍ରୀ, ଭବାନୀପାଟଣା ଏବଂ ଟିଟିଲାଗଡ଼ ୪୧ ଡିଗ୍ରୀ ରେକଡ ହୋଇଛି ।

Heat wave warning

ସେହିଭଳି ନୂଆପଡ଼ା ୪୦.୪ ଡିଗ୍ରୀ, ରାଉରକେଲା ୪୦.୨ ଡିଗ୍ରୀ ଏବଂ ସୁନ୍ଦରଗଡ଼ ୪୦.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ପାଣିପାଗ ବିଭାଗ ମାଲକାନଗିରି, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ପାଇଁ ତିନିଦିନିଆ ୟେଲୋ ୱାଣ୍ଡିଂ ଜାରି କରିଛି ।

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉଷ୍ମ ଆଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ମ ରାତି ପରିସ୍ଥିତି ସମ୍ଭାବନା ରହିଛି । ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ ଡିଗ୍ରୀ ଲେଖାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ତେବେ ଦୁଇ ଦିନ ପରେ ଅର୍ଥାତ ଆସନ୍ତା ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+