ପ୍ରବଳରୁ ଅତି ପ୍ରବଳ ତାତି: ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି, ୪୪ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା

ପ୍ରବଳରୁ ଅତି ପ୍ରବଳ ତାତି । ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା ।ଆସନ୍ତାକାଲି ଯାଏଁ ୧୪ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ । ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ବରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ।

ସେହିପରି ଭଦ୍ରକ, ଯାଜପୁର, ମୟୂରଭଂଜ, ଝାରସୁଗୁଡ଼ାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୭ ଓ ୮ରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଜଳୁଛି ରାଜଧାନୀ ଭୁବନେଶ୍ବର । ତାପମାତ୍ରା ୪୪ ଡିଗ୍ରୀରେ ପହଞ୍ଚିଛି ।

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ବିଭିନ୍ନ ମହାନଗର ନିଗମମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC । ସତର୍କତା ପଦକ୍ଷେପ ମୂଳକ ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ଏସ.ଆର.ସି ନିର୍ଦ୍ଦେଶ ଦେଇଛନ୍ତି ।

Heat wave

ସେହିଭଳି ଶ୍ରମିକମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୁନ ୧୫ ଯାଏଁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୩ଟା ମଧ୍ୟରେ ଶ୍ରମିକ ମାନଙ୍କୁ କାମରେ ନଲାଗାଇବାକୁ ନିର୍ଦ୍ଦେଶନାମା ଜାରିକରାଯାଇଛି। ଶ୍ରମ ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ କମିଶନର, ଜିଲ୍ଲାପାଳ ଏବଂ ଶ୍ରମ କମିଶନରଙ୍କୁ ଏଗି ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବୁଲେଟିନ୍ ଅନୁଯାୟୀ ଆଜି ଓ ଆସନ୍ତାକାଲି ଓଡ଼ିଶା, ମହାରାଷ୍ଟ୍ର, ଏବଂ କର୍ଣ୍ଣାଟକ ଉପରେ ତାତି ଅଧିକ ହେବ। ଅଧିକନ୍ତୁ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁରେ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଗରମ ଏବଂ ଆର୍ଦ୍ର ପାଣିପାଗ ରହିବ ବୋଲି ଆଶା କରାଯାଉଛି।

ଜାତୀୟ ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଆଜି ଏପ୍ରିଲ୍ ୫ ତାରିଖରେ ୩୬ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ଜାତୀୟ ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ ଅଟେ । ଆଜି ପବନ ବହିବା ସହିତ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ସହିତ ମେଘୁଆ ଆକାଶର ପୂର୍ବାନୁମାନ କରିଛି IMD।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+