ଆସନ୍ତା ସପ୍ତାହରୁ ବଢ଼ିବ ଖରା

ଆସନ୍ତା ସପ୍ତାହରୁ ବଢ଼ିବ ଖରା । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ ଦିନର ସର୍ବୋଚ୍ଚ ତାପମାତ୍ରା । ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ୩୮ ରୁ ୪୦ ଡିଗ୍ରୀ ପାରଦ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Heat Wave in Odisha

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ବଢ଼ିବ ଖରା । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ବଢ଼ିବ ଦିନର ସର୍ବୋଚ୍ଚ ତାପମାତ୍ରା । ଭୁବନେଶ୍ୱର ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ୩୮ ରୁ ୪୦ ଡିଗ୍ରୀ ପାରଦ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଏବେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୭ ଡିଗ୍ରୀ ବା ତା'ଠାରୁ ଉପରେ ରହିଛି । ଗତକାଲି ତାଳଚେର, ବୌଦ୍ଧ ଓ ନୟାଗଡ଼ରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଲଗାତାର ୩୭ ଡିଗ୍ରୀରେ ରହୁଛି ଭୁବନେଶ୍ବରର ପାରା । ସେପଟେ ଆସନ୍ତା ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟରେ ସ୍ଥିତି ସଂଗୀନ ହେବ । ବିଶେଷ କରି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ଆଶଙ୍କା ରହିଛି ।

ତେବେ ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ସେତେବେଳେ ଗୁରୁଚାପ ବଳୟ ପ୍ରଭାବରେ ଓଡ଼ିଶାକୁ ସାମୁଦ୍ରିକ ପବନ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+