ରାଜ୍ୟରେ ବଢ଼ିବ ତାତି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ପୁଣି ଫେରିବ ତାତି। ଆଉ ପଡିବନି କାଳବୈଶାଖୀର ପ୍ରଭାବ l ଆସନ୍ତା କାଲି ଠାରୁ ଫେରିବ ତାତି । ଦିନ ସହ ରାତିରେ ବି ହେବ ଅସହ୍ୟ ଗରମ ଓ ଗୁଳୁଗୁଳି l ତିନି ଦିନରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୧୩ରୁ ୧୫ ତାରିଖ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ । ମେ' ୧୩ରେ ଉପକୂଳ, ପାଶ୍ୱର୍ବର୍ତ୍ତୀ ୯ ଜିଲ୍ଲାଜୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଉଷ୍ଣ ଓ ଆର୍ଦ୍ରସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସାଢେ ୨ଟାରେ ଛୁଇଁଲା ୪୩ ଡିଗ୍ରୀ: ରାଜ୍ୟରେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେଉଛି । ସାଢେ ୨ଟାରେ ୪୩ ଡିଗ୍ରୀ ଛୁଇଁଛି ପାରଦ । ସମ୍ବଲପୁରରେ ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।












Click it and Unblock the Notifications