ତତଲା ତୱାରେ ଜଳୁଛି ଓଡିଶା: ୪୦ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା
ଭୁବନେଶ୍ୱର: ସାରା ରାଜ୍ୟରେ ଡହ ଡହ ଖରା । ସକାଳୁ ସକାଳୁ ବି ଅସହ୍ୟ ହେଉଛି ଖରା । ଦିନ ସାଢେ ୨ ଟା ସୁଦ୍ଧା ରାଜ୍ୟରେ ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି ।
ଝାରସୁଗୁଡାରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରରେ ୪୧.୮ ଡିଗ୍ରୀ ତାପମାତ୍ରା ଥିବାବେଳେ ଭୁବନେଶ୍ୱରର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲି ଓ ହୀରାକୁଦରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତେବେ ୨ଦିନ ମଧ୍ୟରେ ୩ରୁ ୫ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ଏବଂ ୨ ଦିନ ପାଇଁ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ ।

ଆଜି ପାଇଁ ପର୍ଯ୍ୟନ୍ତ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ, ସମ୍ବଲପୁର, ଅନୁଗୁଳ, ଦେବଗଡ ପାଇଁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି । ଆସନ୍ତାକାଲି ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କବାଣୀ ଜାରି କରାଯାଇଛି । ଗତକାଲି ୮ଟି ସହରରେ ୪୨ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଏବଂ ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା ।
ଆଜି ବି ସକାଳ ୧୧ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୩୯.୮ ଡିଗ୍ରୀ ଥିବାବେଳେ କେନ୍ଦୁଝରରେ ୩୯.୨ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲିରେ ୩୮.୨, ଭୁବନେଶ୍ୱରରେ ୩୭.୮, ବାଲେଶ୍ୱରରେ ୩୭, ହୀରାକୁଦରେ ୩୬.୮ ଡିଗ୍ରୀ ସେଲସିୟସ ରହିଥିଲା ।












Click it and Unblock the Notifications