ଫେରିଲା ତାତି: ୩୭ ଟପିଲା ରାଜଧାନୀ ତାପମାତ୍ରା, ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ବାତ୍ୟା ଭୟ ମଧ୍ୟରେ ରାଜ୍ୟରେ ଅସହ୍ୟ ହେଲାଣି ତାତି ଓ ଗୁଳୁଗୁଳି । ସକାଳୁ ସକାଳୁ ଆରମ୍ଭ ହୋଇଯାଉଛି ତାତି । ଗରମ ଗୁରୁଗୁଳିରେ ଅସ୍ତବ୍ୟସ୍ତ ଜୀବନ । ରାତି ତ ରାତି ସକାଳୁ ସକାଳୁ ବି ଗରମ ।

ତେବେ ଆଜି ଦିନ ୨ଟା ୩୦ସୁଦ୍ଧା ରାଜଧାନୀର ତାପମାତ୍ରା ୩୭.୪ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୪୧.୨ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟ ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

Heat Wave

ସେହିଭଳି ଝାରସୁଗୁଡାରେ ୪୦.୬, ହୀରାକୁଦରେ ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ ହୋଇଛି । କେନ୍ଦୁଝରରେ ତାପମାତ୍ରା ୩୬ ଡିଗ୍ରୀ, ବାଲେଶ୍ୱରରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ସକାଳ ସାଢ଼େ ୮ଟା ସୁଦ୍ଧା ୩୧ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରରେ ତାପମାତ୍ରା । ୮୫ ପ୍ରତିଶତ ଆଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତକିଛି ଦିନ ହେଲା ବର୍ଷା ପ୍ରଭାବରେ ତାପମାତ୍ର କମ୍ ରହିଥିବା ବେଳେ ଆଜି ସକାଳୁ ପ୍ରବଳ ଗରମ ଅନୁଭୁତ ହେଉଛି ।

ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା:

ସମ୍ବଲପୁର: ୪୧.୨ ଡ଼ିଗ୍ରୀ
ଝାରସୁଗୁଡା: ୪୦.୬ ଡ଼ିଗ୍ରୀ
ହୀରାକୁଦ: ୩୯.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୮.୨ ଡ଼ିଗ୍ରୀ
ଭୁବନେଶ୍ୱର: ୩୭.୪ ଡ଼ିଗ୍ରୀ
କେନ୍ଦୁଝର: ୩୬ ଡ଼ିଗ୍ରୀ
ବାଲେଶ୍ୱର: ୩୪.୬ ଡ଼ିଗ୍ରୀ
ପୁରୀ : ୩୪.୪ ଡ଼ିଗ୍ରୀ
ଗୋପାଳପୁର: ୩୩.୮ ଡ଼ିଗ୍ରୀ
ପାରାଦୀପ: ୩୩.୪ ଡ଼ିଗ୍ରୀ

ତେବେ ଆସନ୍ତା ୪ରୁ ୫ ଦିନରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ପାଖାପାଖି ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେହିପରି ଆଜି ଘଡ଼ଘଡ଼ି ବର୍ଷା ନେଇ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+