୩୮ଡ଼ିଗ୍ରୀ ଛୁଇଁଲା ରାଜଧାନୀ ଦିନ ତାପମାତ୍ରା
ଫେବୃଆରୀ ଆରମ୍ଭରୁ ତାତିଲାଣି ରାଜଧାନୀ ଭୁବନେଶ୍ୱର । ଆଜି ରେକର୍ଡ ହୋଇଛି ସବୁଠୁ ଅଧିକ ତାପମାତ୍ରା । ତାପମାତ୍ରା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି

ଭୁବନେଶ୍ୱର:ଫେବୃଆରୀ ଆରମ୍ଭରୁ ତାତିଲାଣି ରାଜଧାନୀ ଭୁବନେଶ୍ୱର । ଆଜି ରେକର୍ଡ ହୋଇଛି ସବୁଠୁ ଅଧିକ ତାପମାତ୍ରା । ଆସନ୍ତା ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଆଜି ରାଜ୍ୟର ସର୍ବୋଚ ତାପମାତ୍ରା ୩୮ ଡିଗ୍ରୀ ସେଲସିଏସ୍ ରେକର୍ଡ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।
ଉପକୂଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଉଛି । ରାଜଧାନୀ ସମେତ ମାଲକାନଗିରି, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ଚାନ୍ଦବାଲିରେ ତାପମାତ୍ରା ବୃଦ୍ଧି ପାଇଁ ୩୮ ରୁ ୪୦ ଡିଗ୍ରୀ ଛୁଇଁବା ନେଇ ଆସଙ୍କା ରହିଛି । ଖରାଦିନ ପରି ସକାଳ ୮ ଟାରୁ ଟାଣ ଖରା ହୋଇଯାଉଛି । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ମାର୍ଚ୍ଚରେ ପାରଦ ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରିଛନ୍ତି । ତେଣୁ ଏଥର ତାତିରୁ ଓଡ଼ିଶାବାସୀଙ୍କୁ ନିସ୍ତାର ମିଳିବ ନାହିଁ ।
ସୂଚନାଥାଉ ଯେ, ଗତ ୪ ମାସ ହେଲା ବର୍ଷା ନାହିଁ । ନଭେମ୍ବରଠାରୁ ବର୍ଷା ନ ହୋଇ ମାଟି ଶୁଖିଲା ରହିଛି । ଫଳରେ ମାଟିର ଆର୍ଦ୍ରତା କମ ଥିବାରୁ ତଥା ମାଟି ଶୁଖିଲା ଯୋଗୁଁ ତାପମାତ୍ରା ଖୁବ ଅଧିକ ରହିଛି । ସେହିପରି ରାଜସ୍ତାନ, ମହାରାଷ୍ଟ୍ର, ଗୁଜରାଟ ପରି ରାଜ୍ୟର ମଧ୍ୟ ପ୍ରବଳ ଖରା ଅନୁଭବ ହେଉଛି ।












Click it and Unblock the Notifications