Heat Wave: କମିଲାଣି ରାତି ତାପମାତ୍ରା: କୁହୁଡି ନେଇ ୪ ଜିଲ୍ଲାକୁ ସତର୍କତା

ଗତ ତିନିଦିନ ମଧ୍ୟରେ ରାଜ୍ୟର କିଛି ସହରରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀରୁ ଊର୍ଦ୍ଧ୍ବ ହ୍ରାସ ପାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଅନୁଗୋଳ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଏବଂ କୋରାପୁଟକୁ ଶୀତ ଫେରିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ରହିଛି । ଫେବୃଆରୀ ୬ରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୮.୮ ଡିଗ୍ରୀ ଥିବାବେଳେ ୯ରେ ୮.୮ଡିଗ୍ରୀକୁ ଖସିଛି । ସେହିଭଳି ୬ତାରିଖରେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୮.୩ ଡିଗ୍ରୀ ଥିବାବେଳେ ୯ରେ ୯.୭ଡିଗ୍ରୀ ରହିଛି ।

ରାଉରକେଲାରେ ୯.୨ ଡିଗ୍ରୀ ଏବଂ ଝାରସୁୁଗୁଡ଼ାରେ ୮.୬ଡିଗ୍ରୀ ପାରଦ ହ୍ରାସ ପାଇଛି। ଉଭୟ ସହରରେ ଶୀତ ପଡୁଥିବା ବେଳେ ସୁନ୍ଦରଗଡ଼ ଏବଂ କିରେଇ ୧୧.୨ଡିଗ୍ରୀ ଲେଖାଏଁ ରହିଛି । କେନ୍ଦୁଝର ୧୨, ଅନୁଗୋଳ ୧୩.୬, ଫୁଲବାଣୀ ୧୩, ଘୁ.ଉଦୟଗିରି ୧୧, ଦାରିଙ୍ଗବାଡ଼ି ୧୩.୫, ସୁବର୍ଣ୍ଣପୁର ୧୩.୮, ସମ୍ବଲପୁର ୧୩.୮, ଭୁବନେଶ୍ବର ୧୮.୪ ଏବଂ କଟକରେ ୧୭ଡିଗ୍ରୀ ରହିଛି ।

Heat Wave

ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିଲା। ଫଳସ୍ବରୂପ ଗତ ତିନିଦିନ ମଧ୍ୟରେ କିଛି ସହରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି ।

କିଛି ଦିନ ହେଲା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ଯୋଗୁଁ କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା ; କିନ୍ତୁ ୯ରେ ଦିନ ତାପମାତ୍ରା ୩୪ଡିଗ୍ରୀ ତଳେ ରହିଛି । ରବିବାର ସକାଳେ କୋରାପୁଟ ଏବଂ ଗୋପାଳପୁରରେ କୁହୁଡ଼ି ପଡ଼ିଥିଲା। ଆଜି ସକାଳେ କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଏବଂ ନୟାଗଡ଼ା ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି । କୋରାପୁଟ, ନବରଙ୍ଗପୁର, ଗଜପତି ଏବଂ ଗଞ୍ଜାମ ଜିଲାକୁ ଘନ କୁହୁଡ଼ି ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+