ଜଳୁଛି ଓଡିଶା: ଆଜି ବି ୪୪ ଡିଗ୍ରୀ ଉପରେ ୪ ସହର, ସୋନପୁର ସବୁଠୁ ଉତ୍ତପ୍ତ ସହର

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲିଟିଛି ସୋନପୁର । ସେହିପରି ଅଧିକାଂଶ ପ୍ରମୁଖ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଉଛି। ୪୪ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରହିଛି ।

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲିଟିଛି ସୋନପୁର । ସେହିପରି ଅଧିକାଂଶ ପ୍ରମୁଖ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଉଛି। ୪୪ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରହିଛି ।

ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ତା'ପଛକୁ ଯଥାକ୍ରମେ ରହିଛନ୍ତି- ଅନୁଗୋଳ (୪୪.୧), ଝାରସୁଗୁଡ଼ା (୪୪) ଓ ବଲାଙ୍ଗିର (୪୪) ।

Heat Wave

ସେହିପରି ସମ୍ବଲପୁରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ ୪୩.୫, ହୀରାକୁଦରେ ୪୩.୧, ଟିଟିଲାଗଡ଼ରେ ୪୩.୨, ଦେବଗଡ଼ରେ ୪୩, ବରଗଡ଼ରେ ୪୩.୪ ଓ ବୌଦ୍ଧରେ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ବାରିପଦାରେ ତାପମାତ୍ରା ୪୨.୬ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୨.୫, ପାରଳାଖେମୁଣ୍ଡିରେ ୪୨.୩, କେନ୍ଦୁଝରରେ ୪୧.୬, ଭଦ୍ରକରେ ୪୧, ଯାଜପୁରରେ ୪୧.୨, ଢେଙ୍କାନାଳରେ ୪୧, ନୂଆପଡ଼ାରେ ୪୧.୫, ଖୋର୍ଦ୍ଧାରେ ୪୧.୫, ନୟାଗଡ଼ରେ ୪୧, ଭୁବନେଶ୍ୱରରେ ୪୦.୩, ଚାନ୍ଦବାଲିରେ ୪୦.୨ ଓ ବାଲେଶ୍ୱରରେ ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି।

କଟକରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୩୯.୬, ମାଲକାନଗିରିରେ ୩୯.୫, କେନ୍ଦ୍ରାପଡ଼ାରେ ୩୮.୮, ନବରଙ୍ଗପୁରରେ ୩୮, କୋରାପୁଟରେ ୩୭.୬ ଓ ଜଗତସିଂହପୁରରେ ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି।

ତେବେ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ୧୧ଟା ପରେ ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ହିଟ୍ ୱେଭ୍ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ଜିଲ୍ଲାରେ ଏହି ହିଟ୍ ୱେଭ ୩୦ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏହି ଜିଲ୍ଲା ଗୁଡିକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+